Exclusive Video – ଆଉ ନାହାନ୍ତି ରାଇମୋହନ ପରିଡା..ଲୋକପ୍ରିୟ ଅଭିନେତାଙ୍କ ଅକାଳରେ ବିୟୋଗ ହେତୁ..ଭାଙ୍ଗି ପଡିଛି ସିନେମା ଜଗତ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ

ଓଲିଉଡ଼କୁ ଦୁଃଖଦ ଖବର। ଲୋକପ୍ରିୟ ଅଭିନେତା ରାଇମୋହନ ପରିଡ଼ାଙ୍କ ଅକାଳ ବିୟୋଗ ଘଟିଛି। ରାଇମୋହନ ପରିଡ଼ାଙ୍କ ତାଙ୍କ ବାସ ଭବନରେ ରସି ଲଗାଇ ଜୀବନ ହାରିଥିବା ଖବର ଆସିଛି। ଭୁବନେଶ୍ବରର ପ୍ରାଚୀବିହାରସ୍ଥିତ ବାସଭବନରେ ଆତ୍ମହତ୍ୟା କରିଛନ୍ତି।

ଆଜି ଘରୁ ରାଇମୋହନଙ୍କ ମୃତଦେହ ଉଦ୍ଧାର କରା ଯାଇଛି।ତେବେ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତା ନେଇ ସ୍ପଷ୍ଟ ସୂଚନା ମିଳି ପାରି ନାହିଁ।ତେବେ ରାଇମୋହନଙ୍କ ମୃତ୍ୟୁକୁ ନେଇ ସେପଟେ ପୁରା ଓଲିଉଡ ସ୍ତବ୍ଧ ହୋଇ ଯାଇଛି । ନିଜର ପ୍ରିୟ କଳାକାରଙ୍କୁ ହରାଇ ଶୋକରେ ବୁଡିଛି ଓଲିଉଡ ।ଘଟଣା ଜଣାପଡିବା ପରେ ତାଙ୍କ ବାସଭବନରେ କଳାକାରଙ୍କ ଭିଡ ଲାଗିଛି।

୧୯୬୩ ଜୁଲାଇ ୧୦ରେ ଜନ୍ମଗ୍ରହଣ କରିଥିଲେ ରାଇମୋହନ ପରିଡା। ତେବେ ଓଡ଼ିଆ ଚଳଚ୍ଚିତ୍ର ‘ ଗଙ୍ଗଶିଉଳି’ ମାଧ୍ୟମରେ ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ। ଏହାପରେ ରାଇମୋହନଙ୍କୁ ମୁଖ୍ୟ ଖଳନାୟକ ଭୂମିକାରେ ମଧ୍ୟ ଅନେକ ସିନେମାରେ ଦେଖିବାକୁ ମିଳିଛି।

ଏଥି ମଧ୍ୟରେ ରହିଛି ହସ ଲୁହ ଭରା ଦୁନିଆଁ ,ହିସାବ କରିବ କାଳିଆ,ସାଗର,ଆସୁଛି ମୋ କାଳିଆସୁନା ,ଚକାଆଖି ସବୁ ଦେଖୁଛି ,ସହରୀ ବାଘ ,ଗଙ୍ଗ ଶିଉଳି,ସହରୀ ବାଘ, କୋଟିଏ ମଣିଷ ଗୋଟିଏ ଜଗା ,ନାଗ ଜ୍ୟୋତି,ସାଗର ଗଙ୍ଗା,ସୁନା ଭାଉଜ,କୁଳ ନନ୍ଦନ,ମଣୀ ନାଗେଶ୍ୱରି ,ମୋ ମନ ଖାଲି ତୁମରି ପାଇଁ ,ବିଧାତା,ସମୟ ଖେଳୁଛି ଚକା ଭଉଁରି ,ସରପଞ୍ଚ ବାବୁ,ରଣଭୂମି ,ଧର୍ମ ନିକିତୀ,ସିଂହ ବାହିନୀ ଏମିତି ଭାଇ ଯଗତେ ନାହିଁ,ଉଦଣ୍ଡି ସୀତା ,

 କୋଟିଏ ମଣିଷ ଗୋଟିଏ ଜଗା, ଲକ୍ଷେ ଶିବ ପୂଜି ପାଇଚି ପୁଅ, ସୁନା ସଂସାର, ସ୍ତ୍ରୀ, ରଣଭୂମି, ରସିକ ନାଗର, ତୁ ଥିଲେ ମୋ’ ଡର କାହାକୁ, ଅର୍ଜୁନ, ଲକ୍ଷ୍ମୀ ପ୍ରତିମା , ମେଣ୍ଟାଲ୍, ‘ତୁ ମୋ’ ସୁନାଚଢେଇ’ ଏବଂ ‘ମିଷ୍ଟର ମଜନୁ’ ଆଦି ସମେତ ୭୦ ରୁ ଅଧିକ ଓଡ଼ିଆ ସିନେମାରେ ନଜର ଆସିଛନ୍ତି।

ଚଳଚ୍ଚିତ୍ର ହେଉ ବା ଯାତ୍ରା ଜଗତ ସବୁଥିରେ ତାଙ୍କୁ ଭିନ୍ନ ଭିନ୍ନ ଭାବେ ଦେଖିବାକୁ ମିଳେ।କେବଳ ଓଡ଼ିଆ ସିନେମା ନୁହେଁ ବରଂ ୧୫ ଅଧିକ ବେଙ୍ଗଲୀ ସିନେମାର ନଜର ଆସିଛନ୍ତି ରାଇମୋହନ ପରିଡା। ଯାତ୍ରା ଜଗତରେ ମଧ୍ୟ ବେଶ୍ ଜଣାଶୁଣା।

ଏହାଛଡ଼ା ଓଡ଼ିଆ ‌ଧାରାବାହିକରେ ମଧ୍ୟ ନଜର ଆସିଥିଲେ ରାଇମୋହନ ପରିଡା।ମଞ୍ଜରୀ ଟିଭିରେ ପ୍ରସାରିତ ମେଗା ଧାରାବାହିକ ‘ସିଂହଦ୍ବାର’ରେ ରାଇମୋହନଙ୍କ ଅଭିନୟ ଦର୍ଶକ ଖୁବ୍ ପସନ୍ଦ କରୁଥିଲେ। ବାପା ଭୂମିକାରେ ଖୁବ୍ ଜୀବନ୍ତ ଅଭିନୟ କରିଥିଲେ ଏହି ଅଭିନେତା ଜଣକ।

ତେବେ ଏହି ଅଭିନେତାଙ୍କ ମୃତ୍ୟୁରେ ଆଜି ଓଲିଉଡ଼ ଜଗତରେ ଅନ୍ଧାର ମାଡ଼ି ଆସିଛି କହିଲେ ଅତ୍ୟୁକ୍ତି ହେବନାହିଁ। ନିଜ ପ୍ରିୟ କଳାକାରକୁ ହରାଇ ସାରା ଓଡିଶାବାସୀ ଆଜି ସ୍ତବ ହୋଇ ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।