viral ଭିଡ଼ିଓ – ପ୍ରେମୀ ଯୁଗଳଙ୍କ ଅନ୍ତରଙ୍ଗ ଫୋଟ ଓ ଭିଡିଓକୁ ନେଇ ବ୍ଲାକମେଲ କିଛି ଯୁବକ,ସହିନପାରି ଜୀବନ ହାରିଲେ ପ୍ରେମୀ ଯୁଗଳ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ପୁଣି ଥରେ ଜୀବନ ହାରିଲେ ପ୍ରେମୀ ଯୁଗଳ। ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟାଙ୍କୁ ନେଇ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ ଅଞ୍ଚଳର ଚାଲିଛି ଜୋର୍ ଦାର ଚର୍ଚ୍ଚା। ଗତକାଲି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଖବର ଚର୍ଚ୍ଚାରେ ରହିଥିବା ବେଳେ ଆଜି ଯୁବତୀଙ୍କ ପରିବାର ଦୁଇ ଫର୍ଦର ଏକ ଚିଠି ପାଇଥିଲେ।ଆଉ ଯେଉଁଥିରେ ଲେଖାଥିଲା ଆତ୍ମହତ୍ୟା କରିବା ପଛର କାହାଣୀ।

ଚିଠିରେ ଲେଖା ଅଛି, ଆମେ ଦୁଇ ଜଣ ଦୁହିଁଙ୍କୁ ଖୁବ୍ ଭଲ ପାଉଥିଲୁ। କେହି କାହାକୁ ଛାଡି ରହି ପାରିବୁନି ବୋଲି କଥା ଦେଇଥିଲୁ। ହେଲେ କଣ ହେବ ପେଟ ପାଟଣା ପାଇଁ ମୋ ଧନ ବାଙ୍ଗାଲୋର ଯାଇଥାନ୍ତା କାମ କରିବା ପାଇଁ କେବେ ଆସିଥାନ୍ତା ତାର କିଛି ଠିକ୍ ଠିକଣା ନାହିଁ।

 ମୋ ଧନ ମୋତେ ଛାଡି ବାଙ୍ଗାଲୋର ପଳେଇବ ଚାକିରୀ କରିବା ପାଇଁ ତାକୁ ଶେଷ ଥର ଟିକେ ଦେଖା କରିବା ପାଇଁ ତା ଛାତିରେ ମୁଣ୍ଡ ଗୁଞ୍ଜିବା ପାଇଁ ଧାଇଁ ଯାଇଥିଲୁ ଗୋପୀନାଥ ପୁର ମଠକୁ। ଆଉ ସେଠି ମୋ ଧନ ସହିତ ମୋର ଦେଖା ହେଲା ଆମେ କଥା ହେଲୁ।

ଆଇସକ୍ରିମ ଖାଇଲୁ ଆଉ ମୁଁ ହସି ହସି ମୋ ଧନକୁ କହିଲି ତୁମେ ବାଙ୍ଗାଲୋର ଯାଉ। କାମ କରି ଫେରିଲା ବେଳେକୁ ମୁଁ ତମରି ବାଟକୁ ଚାହିଁ ରହିଥିବି। ଆଉ ତମେ ଚାକିରୀ କରି ଆସିବ ଆଉ ଆମ ଘର ଲୋକେ ନିଶ୍ଚୟ ବୁଝିଯିବେ। ଆଉ ଆମ ବାହାଘର କରିଦେବେ ଆମେ ସବୁଦିନ ପାଇଁ ନିଜର ହେଇଯିବୁ। ଏ ଜନ୍ମ ପାଇଁ ନୁହେଁ ସାତ ଜନ୍ମ ପାଇଁ ଏକାଠି ହୋଇ ରହିବା।


କିନ୍ତୁ ଏହି ସମୟର ଦୃଶ୍ୟକୁ ମୋବାଇଲରେ ଭିଡିଓ ଓ ଫୋଟ ଭାବରେ ଉଠାଉଥିଲେ ଗୋପୀନାଥ ପୁର ମଠର ତିନି ଜଣ ଯୁବକ। ଆଉ ତା ପରେ ଏମାନଙ୍କ ପାଖକୁ ଆସି ସେମାନଙ୍କୁ ବ୍ଲାକମେଲ୍ କଲେ। ଟଙ୍କା ଦିଅ ନହେଲେ ସବୁ ଫୋଟ ଓ ଭିଡ଼ିଓକୁ ଆମେ ଫେସବୁକ୍ ମାଧ୍ୟମରେ ଭାଇରାଲ କରିଦେବୁ।

ଆଉ ସେତିକି ବେଳେ ଏହି ପ୍ରେମୀ ଯୁଗଳ ଭୟଭୀତ ହୋଇ ଯାଇଥିଲେ ଆଉ ପାଖରେ ଥିବା ୫୦୦ ଟଙ୍କା ଦେଇ ଭିଡିଓ ଡିଲିଟ୍ କରିବା ପାଇଁ କହିଥିଲେ। କିନ୍ତୁ ଏହି ତିନି ବ୍ଲାକମେଲର ଭିଡିଓ ଡିଲିଟ କରି ନଥିଲେ। ବରଂ ଏହି ୫୦୦ ଟଙ୍କା ନେଇ ସେଠାରୁ ଫେରାର ହୋଇ ଯାଇଥିଲେ।

ଆଉ ପରବର୍ତ୍ତୀ ସମୟରେ ବାରମ୍ବାର ସେମାନଙ୍କୁ ଧମକାଉ ଥିଲେ କି ଫେସବୁକ୍ ମାଧ୍ୟମରେ ଆମେ ସବୁ ଫୋଟ ଭାଇରାଲ କରିଦେବୁ। ବାସ୍ ଆଉ ସହି ପାରିଲେନି ପ୍ରେମୀ ଯୁଗଳ। ଭିଡିଓ ଭାଇରାଲ ହେଇଗଲେ ହୁଏତ ଏମାନେ ମୁଣ୍ଡ ଟେକି ବାଟ ଚାଲି ପାରି ନଥାନ୍ତେ। ସେଥିପାଇଁ ନିଜ ଜୀବନକୁ ହାରି ଦେଲେ। ତେବେ ଏ ସବୁ ଘଟଣା ପରେ ଏଠି ପ୍ରଶ୍ନ ଉଠୁଛି କିଏ ସେ ତିନି ଜଣ ଯେଉଁମାନେ ଏ ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ପଛର କାରଣ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।