viral video – ତା ଶାଶୂଘର ଲୋକ ତକିଆ ପକେଇ ମାରି ଦେଲେ ମୋ ଝିଅକୁ, ମୋ ଝିଅ ମୁତି ପକେଇଛି..ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
ମୋ ଝିଅକୁ ତା ଶାଶୁ ଘର ଲୋକେ ମାରିଦେଲେ। ଯୌତୁକ ନିର୍ଯାତନା ଦେଇ ମୋ ଝିଅକୁ ମାରି ପକାଇଲେ ତା ଶାଶୁ ଘର ଲୋକେ। ମୋ ଝିଅ ଶାଶୁ ଘର ମାଡରେ ମୂତି ପକାଇଛି। ଏହିଭଳି କିଛି କହି କାନ୍ଦି କାନ୍ଦି ଗଡି ଯାଉଛନ୍ତି ଜଣେ ଅସହାୟ ହୋଇପଡ଼ିଥିବା ବାପା। ଝିଅର ମୃତ୍ୟୁ ପାଇଁ ଶାଶୁ ଘର ଲୋକଙ୍କୁ ଦାୟୀ କରି କାନ୍ଦି କାନ୍ଦି କିଛି ଏହିଭଳି କହୁଛନ୍ତି ଏହି ବାପା ଜଣଙ୍କ।
ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ଛଣପୁର ଗ୍ରାମରେ। ସୂଚନା ଅନୁଯାୟୀ ବାଲିଆପାଳ ବ୍ଲକ ସିଂଲା ଥାନା ଅଧୀନରେ ଥିବା ବୋଳଂ ଗ୍ରାମର ଗଙ୍ଗାଧର ବେହେରାଙ୍କ ଝିଅ ମିନାକ୍ଷୀ ବେହେରା!
୨୦୨୧ ଜୁନ୍ ୬ ତାରିଖରେ ଶିଳ୍ପାଞ୍ଚଳ ଥାନା ଅଧୀନରେ ଥିବା ସୂତେଇ ପଞ୍ଚାୟତ ଛଣପୁର ଗ୍ରାମର ସୁରେନ୍ଦ୍ର ବେହେରାଙ୍କ ପୁଅ କାଶୀନାଥ ବେହେରାଙ୍କୁ ରୀତି ନୀତି ଅନୁସାରେ ବିବାହ କରିଥିଲେ। ତେବେ କାଶୀନାଥଙ୍କ ଘର ଲୋକେ ମିଶି ମିନାକ୍ଷୀଙ୍କୁ ପିଟି ପିଟି ହତ୍ୟା କରିଥିବାର ମିନାକ୍ଷୀଙ୍କ ବାପା ଗଙ୍ଗାଧର ବେହେରା ଅଭିଯୋଗ କରିଛନ୍ତି।
ତେବେ ଶାଶୁ ଘର ଲୋକେ ଯୌତୁକ ପାଇଁ ୨୦ ଲକ୍ଷ ଟଙ୍କା ମାଗିଥିଲେ ସେଥିରୁ ଗଙ୍ଗାଧର ଯୌତୁକ ବାବଦକୁ ୧୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଆଉ ୫ ଲକ୍ଷ ଟଙ୍କା ଦେଇ ପାରିନଥିଲେ। ତେଣୁ ଶାଶୁ ଘର ଲୋକଙ୍କ ଡିମାଣ୍ଡ ଅନୁସାରେ ଗଣ୍ଡ ଗଙ୍ଗାଧର ଯୌତୁକ ଦେଇ ପାରି ନଥିବାରୁ ମିନାକ୍ଷୀଙ୍କୁ ଶାଶୁ ଘର ଲୋକେ ଯୌତୁକ ନିର୍ଯ୍ୟାତନା ଦେଇ ଆସୁଥିଲେ। ଯେଉଁ ବାବଦରେ ନିଜେ ମିନାକ୍ଷୀ ତାଙ୍କ ବାପଘର ଲୋକମାନଙ୍କୁ ଜଣାଇଥିଲେ।
ମିନାକ୍ଷୀ ଦୁଇ ତିନି ଦିନ ତଳେ ଏକଥା ବାପଘର ଲୋକଙ୍କୁ ଜଣାଇଥିଲେ ଏବଂ କହିଥିଲେ ବାପା ତମେ ବାକି ପଇସା ନେଇ ଜଲଦି ଆସ। ଏମାନେ ମତେ ମାରୁଛନ୍ତି ପିଟୁଛନ୍ତି ଖାଇବାକୁ ଦେଉ ନାହାନ୍ତି। ଏହାପରେ ବାପା କହିଥିଲେ ଠିକ୍ ଅଛି ଝିଅ ମୁଁ ପଇସା ନେଇ ପହଁଚିବି।
କିନ୍ତୁ ଝିଅ ମିନାକ୍ଷୀ ସହିତ କଥା ହେବାର ଘଣ୍ଟାଏ ପରେ କାଶୀନାଥ ଅର୍ଥାତ୍ ଜ୍ବାଇଁଙ୍କ କଲ୍ ଆସିଲା ଏବଂ ଆଉ ଜ୍ୱାଇଁ କହିଲେ ତମ ଝିଅ ଫାଶୀ ଦେଇ ଆତ୍ମହତ୍ୟା କରିଛି ଆମେ କବାଟ ଭାଙ୍ଗି ତାଙ୍କୁ କଢ଼ିଚୁ ଆପଣମାନେ ଆସି ପହଁଞ୍ଚନ୍ତୁ।
ଏହାପରେ ବାପଘର ଲୋକମାନେ ଯାଇ ପହଁଚି ଥିଲେ ଜ୍ବାଇଁଙ୍କ ଘରେ ଆଉ ଦେଖିଲେ ଝିଅ ବେଡ଼ରେ ପଡିଛି ବେକରେ ଗାମୁଛା ବନ୍ଧା ହୋଇଛି ହତାରେ କଟାଦାଗ ରହିଛି ଆଉ ଝିଅର ଶଙ୍ଖା ଭାଙ୍ଗି ଯାଇଛି ଶାଢ଼ୀରେ ରକ୍ତ ଲାଗିଛି ଆଉ ଝିଅଟି ମୂତି ପକେଇଛି। ତେବେ ଏ ନେଇ ଝିଅର ଶାଶୂ ଘର ଲୋକଙ୍କ ନାରେ ଅଭିଯୋଗ ଆଣିଛନ୍ତି ମିନାକ୍ଷୀ ଙ୍କ ପାରିବାର ଲୋକେ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।