new twist- ଯେଉଁ ହିରୋଇନ ଖାଇଛି ଅର୍ଚ୍ଚନା ଙ୍କ ଗୁପ୍ତ ମହୁ । ସେ ହୋଇଛନ୍ତି ଏମିତି …ମୁହଁ ଖୋଲିଲେ ଅର୍ଚ୍ଚନା ଶୁଣନ୍ତୁ…

ଆପଣ ତ ବେସ ଭଲ ଭାବରେ ଜାଣିଛନ୍ତି ଏହି କିଛି ଦିନ ହେବ ଅର୍ଚନା ଙ୍କର ନାଁ କେମିତି ସାରା ଓଡିଶା ରେ ପଡୁଛି ଆଉ ଉଠୁଛି | ଏହି ଅର୍ଚନା ଙ୍କର ଖବର କୁ ନେଇ ପ୍ରତିଦିନ କିଛି ନା କିଛି ନୂଆ ତଥ୍ୟ ଆସି ପହଞ୍ଚୁଛି ଆଉ ଯାହା ଖୁବ ମାତ୍ରା ରେ ଭାଇରାଲ ମଧ୍ୟ ହେଉଛି | ଏହା ସହିତ ଲୋକ ମାନେ ମଧ୍ୟ ଚାହିଁ ବସିଛନ୍ତି କି ଏଥିରେ ସାମିଲ ଥିବା ସମସ୍ତ ଦୋଷୀ କେମିତି ସାମ୍ନା କୁ ଆସନ୍ତୁ |

ସୁନ୍ଦରୀ ଅର୍ଚନା ଙ୍କୁ ନେଇ ଆଉ ଏକ ବଡ଼ ଖବର ଆସୁଛି ସୁନ୍ଦରୀ ଅର୍ଚନା କାଳେ ରାଣୀ ମହୁମାଛି ପାଲଟି ଥିଲା ଆଉ ଟିକେ ଟିକେ ମହୁ ଆମ ଓଡ଼ିଆ ସୁନ୍ଦରୀ ଓଡ଼ିଆ ହିରୋଇନ ଙ୍କୁ କାଳେ ଦେଇ ଥିଲା | ଯେଉଁ ମାନଙ୍କର ଠିକଣା ଏବେ ଏଡି ପାଇ ସାରିଲାଣି | ଯେତେ ବେଳେ ସୁନ୍ଦରୀ ଅର୍ଚନା ଙ୍କର ଆର୍ଥିକ କାରବାର କୁ ନେଇ ଏଡି ଖୋଳତାଳ କରୁଛି ଠିକ ସେତିକି ବେଳେ ଆଉ ଏକ ଚାଞ୍ଚଲ୍ୟକର ଖବର ଇଡି ହାତରେ ଆସି ଲାଗିଛି | ଅନେକ କିଛି ଟଙ୍କା ସୁନ୍ଦରୀ ଅର୍ଚନା ଓଡ଼ିଆ ମହିଳା କଳାକାର ଙ୍କୁ ଦେଇ ଥିଲା ଯାହାକି ଏମିତି କିଛି ଖବର ଆସିବା ପରେ ସମସ୍ତଙ୍କ ମୁଣ୍ଡ ଘୁରାଇ ଦେଉଛି |

 

ଅର୍ଚନା ତ ସବୁ ବଡ଼ ବଡ଼ିଆ ଙ୍କ ଠୁ ଆଣିଛି କିନ୍ତୁ ଖାଲି ସୁନ୍ଦରୀ ମହିଳା କଳାକାର ଙ୍କୁ ଦେଇଛି ଯେଉଁ ମାନଙ୍କ ନାଁ ଏବେ ଇଡି ଜାଣି ସାରିଛି | ଆଉ ସେହି ଓଡ଼ିଆ ମହିଳା କଳାକାର ଙ୍କୁ କୁଆଡେ ଇଡି ନୋଟିସ କରି ସାରିଛି ଯାହାକୁ ନେଇ ଏବେ ଚର୍ଚ୍ଚା ଦାଣ୍ଡରେ ପଡ଼ି ହାଟରେ ଗଡୁଛି | ଆଉ ଇଡି ଯେତେ ବେଳେ ଏହି ସବୁ କଥା କୁ ନେଇ ତଦନ୍ତ କରୁଛି ଠିକ ସେତିକି ବେଳେ ଆଉ ଏକ ତାରକା ହୋଟେଲ ର ମାଲିକ ଙ୍କ ଲିଙ୍କ ଆସୁଛି ଯାହାକୁ ମଧ୍ୟ ଇଡି ଦିନେ ଦୁଇ ଦିନ ମଧ୍ୟରେ ନୋଟିସ କରି ପାରେ |

ଖାଲି ସେତିକି ନୁହଁ ଅର୍ଚନା ଏହାରି ଭିତରେ ଦୁଇଟି ନୂଆ କାର କିଣି ଥିଲା, ଗୋଟିଏ କାର କୁ ଇଡି ଜବତ କରିଛି ଯେଉଁ କାର ର ସୋ ରୁମ ମାଲିକ କୁ ବି ନୋଟିସ ଜାରି କରିଛି | କିନ୍ତୁ ଆର କାର ଟି ଏବେ କେଉଁଠି ଯାହାର କୌଣସି ପତା ଇଡି ପାଉ ନାହିଁ | ତେବେ ଏହି କାର ମିଳିବା ପରେ ଏହି କାର କିଣା ଯାଇଥିବା ସୋ ରୁମ ମାଲିକ କୁ ବି ଇଡି ନୋଟିସ କରିବ ଯାହାକୁ ନେଇ ଏବେ ଖବର ଆସୁଛି | ତେବେ ବର୍ତ୍ତମାନ ସମୟରେ ଏହି ଖବର ଜୋରସୋର ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି |