omg ! ବିବାହ ମଣ୍ଡପରେ ବରକୁ ଘାରିଲା ପୁଷ୍ପା ନିଶା ,ଶ୍ରୀଭଲ୍ଲି ଗୀତରେ କଲେ ଧମାକାଦାର ଡ୍ୟାନ୍ସ,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ସୋସିଆଲ ମିଡ଼ିଆ ଯୁଗରେ ଲୋକେ ସମସ୍ତେ ନିଜ ମନ ପସନ୍ଦର ଭିଡିଓ ସେୟାର କରି ଦେଉଛନ୍ତି। ଏଥି ମଧ୍ୟରୁ କିଛି ଭିଡିଓକୁ ଦର୍ଶକେ ଖୁବ୍ ପସନ୍ଦ ମଧ୍ୟ କରୁଛନ୍ତି ଯାହା ପରବର୍ତ୍ତୀ ସମୟରେ ଭାଇରାଲ ମଧ୍ୟ ହେବାରେ ଲାଗିଛି। ତେବେ ସୋସିଆଲ ମିଡ଼ିଆରେ ବିବାହ ସମୟରେ ଭିଡିଓ ଗୁଡ଼ିକ ଖୁବ୍ ଭାଇରାଲ ହେଉଥିବାର ଦେଖିବାକୁ ମିଳୁଛି। ବିବାହ ସମୟର ମଜାଦାର ଓ ହୃଦୟସ୍ପର୍ଶୀ ଭିଡିଓ ଗୁଡ଼ିକୁ ଲୋକେ ଖୁବ୍ ପସନ୍ଦ କରୁଛନ୍ତି। ତେବେ ବିବାହ ମଣ୍ଡପରୁ ସେମିତି ଏକ ଭିଡିଓ ପୁଣିଥରେ ଦେଖିବାକୁ ମିଳୁଛି। ଯେଉଁଥିରେ ପୁଷ୍ପା ଫିଲ୍ମର କ୍ରେଜ ମଧ୍ୟ ଦେଖିବାକୁ ମିଳୁଛି।

ଆଜ୍ଞା ହଁ ଦିନ ବଢ଼ି ବଢ଼ି ଚାଲିଛି ହେଲେ କମୁନି ପୁଷ୍ପା କ୍ରେଜ।ଏହା ବ୍ଲକବଷ୍ଟ ହେବା ପରେ ଇଣ୍ଟରନେଟରେ ତାର ଲୋକପ୍ରିୟ ବଢି ବଢି ଚାଲିଛି। ସେଲିବ୍ରେଟି ଠାରୁ ଆରମ୍ଭ କରି ସାଧାରଣ ଲୋକ ସମସ୍ତେ ଏହି ଫିଲ୍ମର ଡାଏଲଗ ଠାରୁ ଆରମ୍ଭ କରି ଗୀତରେ ରିଲସ୍‌ କରିବାରେ ଲାଗିଛନ୍ତି କେବଳ ଭାରତ ନୁହେଁ ବିଦେଶରେ ଦେଖିବାକୁ ମିଳିଛି ଫିଲ୍ମ ପୁଷ୍ପାରେ ଅଭିନେତା ଅଲ୍ଲୁ ଅର୍ଜୁନଙ୍କ କ୍ରେଜ୍ ।

 ଖାସ କରି ଶ୍ରୀଭଲ୍ଲି ଗୀତରେ ମତୁଆଲା ଅଗଣିତ ଫିଲ୍ମ ପ୍ରେମୀ । ଅନେକ ଲୋକ ଇନଷ୍ଟାଗ୍ରାମ୍‌, ୟୁଟ୍ୟୁବ୍ ସର୍ଟସ୍ ଓ ବିଭିନ୍ନ ସୋସିଆଲ୍ ମିଡିଆ ପ୍ଲାଟଫର୍ମରେ ଏହି ଗୀତରେ ଡାନ୍ସ କରିବାରେ ନଜର ଆସୁଛନ୍ତି। କେବଳ ଏତିକି ନୁହେଁ ପରୀକ୍ଷା ଖାତା ଠାରୁ ଆରମ୍ଭ କରି ଭଗବାନଙ୍କ ନାମ ସଙ୍କୀର୍ତ୍ତନ କରାଯାଉଥିବା ସମୟରେ ବି ପୁଷ୍ପାର କ୍ରେଜ୍ ଦେଖିବାକୁ ମିଳିଛି।

ତେବେ ନିକଟରେ ଏମିତି ଏକ ଭିଡିଓ ସମ୍ନାକୁ ଆସୁଛି ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ବିବାହ ମଣ୍ଡପରେ ଜଣେ ବର ପୁଷ୍ପା ଫିଲ୍ମର ଶ୍ରୀଭଲ୍ଳି ଗୀତରେ ଧମାକାଦାର ଡାନ୍ସ କରୁଥିବାର ନଜର ଆସୁଛନ୍ତି।ବିବାହ ମଣ୍ଡପରେ ବରମାଳା ପିନ୍ଧି ନିଜେ ବର ତାର ସାଙ୍ଗ ମାନଙ୍କ ସହିତ କନିଆଁ ସାମ୍ନାରେ ପୁଷ୍ପା ଫିଲ୍ମର ଶ୍ରୀଭଲ୍ଲି ଗୀତରେ ନଚିବାରେ ଲାଗିଛି।

 କନିଆଁ ବରଙ୍କ ଏଭଳି ନୃତ୍ୟ ଦେଖି ଖୁସିରେ ହସି ହସି ଗଡି ଯାଉଛନ୍ତି। ଏବଂ ଏହି ନାଚର ମଜା ମଧ୍ୟ ନେଉଛନ୍ତି। ତେବେ ବରଙ୍କ ଏହି ନୃତ୍ୟ ଶୈଳୀ କେବଳ କନିଆଁଙ୍କୁ ନୁହେଁ ବରଂ ସମସ୍ତଙ୍କୁ ପସନ୍ଦ ଆସିଛି। ନୃତ୍ୟ ଶେଷରେ ପୁଷ୍ପା ଝୁକେଗା ନେହିଁ ଷ୍ଟେପକୁ ବି ବହୁତ୍ ସୁନ୍ଦର ଭାବେ କରି ଦେଖାଉଛନ୍ତି ବର। ଯାହା ସମସ୍ତଙ୍କୁ ପସନ୍ଦ ମଧ୍ୟ ଆସୁଛି।

ସେଠାରେ ଉପସ୍ଥିତ ରହିଥିବା କେହି ଜଣେ ଦର୍ଶକ ଏହି ମଜାଦାର ମୁହୂର୍ତ୍ତର ଭିଡିଓ କରି ସେୟାର କରିଛନ୍ତି। ଯାହା ଖୁବ୍ ଭାଇରାଲ ହେବାରେ ଲାଗିଛି।
ଭିଡ଼ିଓଟି ଇନଷ୍ଟାଗ୍ରାମ ରେ ସେୟାର କରା ଯାଇଥିଲା। ଯାହାକୁ ୱାନ ମିଲିୟନରୁ ଅଧିକ ଲାଇକ ମିଳି ସାରିଛି।ୟୁଜର୍ସ ମାନେ ଏଥିରେ ସବୁ ମଜାଳିଆ ମନ୍ତବ୍ୟ ମଧ୍ୟ ଦେଉଛନ୍ତି। ଏହା ଲୋକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।