Diet for Gastritis Patients : ଗ୍ୟାସ୍‌ ରୋଗୀ – କ’ଣ ଖାଇବେ, କ’ଣ ନାହିଁ? Dr.Srilata…..

ଗ୍ୟାଷ୍ଟିକ ଏକ ଏଭଳି ସମସ୍ଯା ଯାହାକି ଆଜି କାଲି ପ୍ରାୟତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଅଧିକ ସମୟ ଧରି ନ ଖାଇବା ଓ ତାହାଛଡା ପାଣି କମ ପିଇବା କାରଣରୁ ଗ୍ୟାଷ୍ଟିକ ଜନିତ ସମସ୍ଯା ମାନ ଦେଖା ଦେଇଥାଏ । ଆପଣଙ୍କ ପାଇଁ ପୁଣି ଥରେ ନେଇ ଆସିଛୁ, ଆଉ ଏକ ହେଲଦ ଟିପ୍ସ । ଆଜି ଆମ ସହ ଅଛନ୍ତି ଡାକ୍ତର ସୁଶ୍ରୀ ତପସ୍ଵିନୀ ଦାସ । ସେ ଆଜି ଆମକୁ ବିସ୍ତାର ରୂପରେ ଗ୍ଯାଷ୍ଟିକ ର କାରଣ, ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ କହିବେ ।

ଆଜିକାଲି ପ୍ରାୟତଃ ଝିଅ ମାନେ ନିଜର ବଢୁଥିବା ଓଜନ ପାଇଁ ଚିନ୍ତିତ ହୋଇ ଅଧିକ ସମୟ ଧରି ଉପବାସ ରେ ରହି ଯାଇଥା’ନ୍ତି । ଖାଇବେନି ଖାଇବେନି ଏକା ସହ ଅତ୍ଯାଧିକ ମାତ୍ରରେ ଖାଇଦବା, ଏହିଭଳି କାରଣରୁ ସେମାନଙ୍କର ଗ୍ୟାଷ୍ଟିକ ଜନିତ ସମସ୍ଯା ସୃଷ୍ଟି ହୋଇଥାଏ ।

ଆମ ପେଟ ରେ ଏକ ହାଇଡ୍ରୋ କ୍ଲୋରିକ ଏସିଡ ଥାଏ । ଯାହା କାରଣ ରୁ ଆମକୁ ପ୍ରତି ୪ ଘଣ୍ଟାରେ କିଛି ଖାଦ୍ୟ ଖାଇବା କୁ ହୋଇଥାଏ । ତାହାସହ ପ୍ରତି ଘଣ୍ଟା କୁ ଥରେ ପାଣି ମଧ୍ୟ ପିଇବା ଉଚିତ୍ । ଏହା ଦ୍ବାରା ଗ୍ୟାଷ୍ଟିକ ଭଳି ସମସ୍ୟା ର ସମ୍ମୁଖୀନ ହେବା କୁ ପଡି ନ ଥାଏ ।

ତାହାସହ ପ୍ରତିଦିନ ରାତିରେ ଠିକ ଭାବରେ ଶୋଇବା ମଧ୍ୟ ଆବଶ୍ୟକ । ଯାହା ଦ୍ୱାରା କି ଖାଇଥିବା ଖାଦ୍ଯ ଠିକ ଭାବରେ ହଜମ ହୋଇ ଯାଇଥାଏ । ବନ୍ଧୁଗଣ ରାତିରେ ଠିକ ଭାବରେ ନ ଶୋଇବା ଦ୍ବାରା ଆଖି ତଳ ରେ କଳା ଦାଗ ଆସିବା । କେଶ ଝଡିବା, ସମସ୍ୟା ଗ୍ୟାଷ୍ଟିକ ତାହା ସହ ଆହୁରି ଭିନ୍ନ ଭିନ୍ନ ରୋଗ ସମସ୍ଯା ମାନ ଦେଖା ଦେଇଥାଏ ।

ସକାଳେ ଉଠିବା ମାତ୍ରେ କେବେ ହେଲେ ଅଧିକ ତେଲ ମସଲା ଯୁକ୍ତ ଖାଦ୍ଯ ବା ଏପରି କୌଣସି ଖାଦ୍ଯ ଯାହା ଶରୀର ପକ୍ଷେ ହେବି ଥିବା ସେହି ପରି ଖାଦ୍ଯ କୁ ଖାଇବା ଉଚିତ ହୋଇ ନଥାଏ । ନଚେତ୍ ଆପଣ ଗ୍ୟାଷ୍ଟିକ ଜନିତ ସମସ୍ଯା ଦେଖା ଦେଇ ପାରେ । ଆପଣ ଚାହିଁଲେ ସକାଳେ ସାଗୁ, ଛତୁଆ, ଓଟ୍ସ, ଅଟା ଚକୁଳି କିମ୍ବା ମଇଦା ଚକୁଳି, ଚୂଡା, ଦହି, ରୁଟି, ପାଉଁରୁଟି, ଅମଲେଟ, ଇଟିଲି, କୌଣସି ଫଳ ରସ କିମ୍ବା କିଛି ଫଳ ମଧ୍ୟ ଖାଇ ପାରିବେ ।

ତାହା ସହ ଆପ ଗଜା ମୁଗ କୁ ରାତି ରେ ଭିଜାଇ ସକାଳେ ଏହାକୁ ଚୋବାଇ ଖାଇ ପାରିବେ । ତାହା ସହ ପାଣି ଠିକ ଭାବରେ ପ୍ରତି ଘଣ୍ଟା କୁ ଘଣ୍ଟା ପିଇବା ଦ୍ଵାରା କୌଣସି ଗ୍ୟାଷ୍ଟିକ ଜନିତ ସମସ୍ୟା ଦେଖା ଦିଏ ନାହିଁ । ବନ୍ଧୁଗଣ ଠିକ ସମୟ ରେ ଖାଦ୍ୟ ଖାଇବା ସହ ପ୍ରତି ୪ ଘଣ୍ଟା ରେ କିଛି ଖାଇବା ଉଚିତ୍ । ଏହା ଛଡ଼ା ଅତ୍ଯାଧିକ ମାତ୍ରରେ ମଧ୍ୟ ଖାଇବା ଅନୁଚିତ୍ । ଆପଣ ଅତ୍ୟଧିକ ମାନସିକ ଚିନ୍ତା ମଧ୍ୟ ଗ୍ୟାଷ୍ଟିକ ର କାରଣ ହୋଇପାରେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।