viral ଭିଡ଼ିଓ -ସାବିତ୍ରୀ ବ୍ରତରେ ନାଚୁ ନାଚୁ ଚାଲିଗଲା ସତ୍ୟବାନର ଜୀବନ ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …

ମୃତ୍ୟୁ କେତେବେଳେ ଆସେ ତାହା କିଏ ବା ଜାଣିଛି। ଜିଏ ଜନ୍ମ ନେଇଛି ଦିନେ ନା ଦିନେ ତାର ମୃତ୍ୟୁ ତ ନିଶ୍ଚିତ। କିନ୍ତୁ କିଏ କେବେ କେମିତି ମରିବ ତାହା କାହାକୁ ବି ଜଣା ନାହିଁ। କୁହା ଯାଇଥାଏ କି ମୃତ୍ୟୁ ପୂର୍ବ ନିର୍ଦ୍ଧାରିତ ହୋଇଥାଏ। ବେଳେବେଳେ କିଛି ଲୋକଙ୍କ ଏପରି ଯନ୍ତ୍ରଣା ଦାୟକ ମୃତ୍ୟୁ ହେଇଥାଏ କି ଯାହା କଳ୍ପନା ବାହାରେ। ସେହିଭଳି ଆଉ କିଛି ଲୋକେ ଦୁନିଆକୁ ହସି ଖେଳି ବିଦାୟ ଦେଇଥାନ୍ତି।

ଯେତେବେଳେ ଆଖି ଆଗରେ ହସି ଖେଳି ନାଚି ଉଠୁଥିବା ଲୋକର ପ୍ରାଣବାୟୁ ଆଖି ସାମ୍ନାରେ ଚାଲିଯାଏ ତାହା ବିଶ୍ୱାସ କରିବା କଷ୍ଟ କର ହୋଇଯାଏ। ତେବେ ବର୍ତ୍ତମାନ ସମୟରେ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି ଯାହା ସହଜରେ ବିଶ୍ଵାସ କରିହେବ ନାହିଁ କି ମୃତ୍ୟୁ ଏପରି ବି ଆସିପାରେ। ଯାହାକୁ ଦେଖି ଲୋକେ ଖୁବ୍ ଆଶ୍ଚର୍ଯ୍ୟ ମଧ୍ୟ ହୋଇ ଯାଉଛନ୍ତି।

ଭିଡିଓରେ ଦେଖିବକୁ ମିଳୁଛି ବିବାହ ଉତ୍ସବ ଚାଲିଛି। ଖୁସିର ବାତାବରଣ ସବୁଆଡ଼େ ଖେଳି ଯାଇଛି।ଖୁସିରେ ଫାଟି ପଡୁଥିଲା ପୁରା ପରିବେଶ। ସମସ୍ତେ ନାଚଗୀତ ମଉଜ ମଜଲିସ ଭିତରେ ହଜି ଯାଇଛନ୍ତି। ଗୀତର ତାଳେ ତାଳେ ନାଚି ଉଠିଛନ୍ତି ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ।

ମାତ୍ର ଖୁସିର ମାହୋଲରେ ହଠାତ୍‌ ଛାଇଗଲା ନୀରବତା। ହସ ଖୁସିର ପରିବେଶ ଭିତରେ ଚାଲି ଗଲା ଜଣେ ବ୍ୟକ୍ତିଙ୍କ ଜୀବନ।କାନ୍ଦ ବୋବାଳିରେ ଫାଟି ପଡ଼ିଲା ପରିବେଶ। ନାଚରେ ମାତିଥିବା ଜଣେ ବୟସ୍କ ବ୍ୟକ୍ତି ହଠାତ୍‌ ଟଳି ପଡ଼ିଲେ।

 ଭିଡିଓରେ ଆପଣ ଦେଖିପାରିବେ ଯେ ବିବାହ କାର୍ଯ୍ୟ ଚାଲିଛି ଏବଂ କିଛି ଲୋକେ ଡ୍ୟାନ୍ସ ଫ୍ଲୋରରେ ନାଚୁଛନ୍ତି । କିଛି ମହିଳାଙ୍କ ସହ ବ୍ୟକ୍ତି ଜଣକ ବି ଡ୍ୟାନ୍ସ ଫ୍ଲୋରରେ ଗୀତର ତାଳେତାଳେ ନାଚୁଥିଲେ। ବ୍ୟକ୍ତି ଜଣକ ବେଶ୍‌ ଖୁସି ଜଣା ପଡ଼ୁଥିବା ବେଳେ ରାଜେଶ ଖାନ୍ନାଙ୍କ ହିଟ୍‌ ଗୀତ ‘ବଦାନ ପେ ସୀତାରେ ଲପେଟେ ହୁଏ’ ଗୀତର ତାଳେ ତାଳେ ଖୁବ୍ ସୁନ୍ଦର ଅଙ୍ଗଭଙ୍ଗୀ ଦେଖାଇ ନାଚଥିଲେ।

କିଛି ସମୟ ନାଚିବା ପରେ ବେଳେ ହଠାତ୍ ଅସ୍ୱସ୍ତିକର ଅନୁଭବ କରିବାରୁ ବ୍ୟକ୍ତିଜଣକ ସେହିଠାରେ ବସି ପଡ଼ିଥିଲେ। ଏହାପରେ ଚାହୁଁ ଚାହୁଁ ସେ ସେହିଠାରେ ହିଁ ଟଳି ପଡ଼ିଲେ। ସୂଚନା ଅନୁଯାୟୀ ଘଟଣାସ୍ଥଳରେ ହିଁ ବ୍ୟକ୍ତି ଜଣକ ମୁତ୍ୟୁ ଘଟିଛି ବୋଲି କୁହାଯାଉଛି।

ଏହି ଭିଡିଓ ସାମ୍ନାକୁ ଆସିବା ପରେ ଲୋକମାନେ ଏହା ଉପରେ ନିଜର ପ୍ରତିକ୍ରିୟା ଦେବା ଆରମ୍ଭ କରିଛନ୍ତି । ଭିଡିଓ ଉପରେ ମନ୍ତବ୍ୟ ଦେଇ ଜଣେ ୟୁଜର୍ସ ଲେଖିଛନ୍ତି ଖୁବ୍ କମ୍ ଲୋକ ଏହିପରି ହସି ହସି ଚାଲି ଯାଇଥାନ୍ତି, ସେମାନେ ପ୍ରକୃତରେ ଭାଗ୍ୟବାନ ଅଟନ୍ତି।ଏହି ଦୁଃଖଦ ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।