ପ୍ରେମ କରି ବାହା ହେଲା 6ବର୍ଷ ପରେ ସ୍ୱାମୀ ଛୁଆଙ୍କୁ ଛାଡ଼ି ପ୍ରେମିକ ସହ ଫେରାର ମା ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ …
୫ ବର୍ଷର ଶିଶୁ ପୁତ୍ର ଓ ସ୍ବାମୀକୁ ଛାଡି ସ୍ତ୍ରୀ ଫେରାର। ପ୍ରେମ କରି ବିବାହ କରିଥିଲେ। ବର୍ଷେ କି ଦୁଇ ବର୍ଷ ନୁହେଁ ଦୀର୍ଘ ୫ ବର୍ଷର ଭଲପାଇବା ପରେ ଦୁହେଁ ବିବାହ କରିଥିଲେ।୭ ବର୍ଷ ଘର ସଂସାର ମଧ୍ୟ କରିଥିଲେ ଓ ତାରି ଭିତରେ ଜନ୍ମ ନେଇଥିଲା ଏକ ଶିଶୁ ପୁତ୍ର ଯାହାର ବୟସ ମାତ୍ର ୫ ବର୍ଷ। ତେବେ ସାତ ବର୍ଷ ସ୍ବାମୀଙ୍କ ସହିତ ଘର ସଂସାର କରିସାରିବା ପରେ ୫ ବର୍ଷର ଶିଶୁ ପୁତ୍ରକୁ ଛାଡି କୁଆଡେ ଚାଲି ଯାଇଛନ୍ତି ସ୍ତ୍ରୀ।
ସ୍ବାମୀ ଓ ପୁଅକୁ ଛାଡି କୁଆଡେ଼ ଚାଲି ଯାଇଛନ୍ତି ନା ବାପ ଘରକୁ ଜଣାଅଛି ନା ଶାଶୁ ଘରକୁ। ଗଲେ ତ ଗଲେ କୁଆଡେ ଗଲେ କେଉଁଠି ରହିଛନ୍ତି କାହା ସହ ଅଛନ୍ତି ନା ତାଙ୍କ ସହ କିଛି ଅଘଟଣ ଘଟି ଯାଇଛି ଏସବୁକୁ ନେଇ ଏବେ ପ୍ରସ୍ନ ଉଠୁଛି।ତେବେ ୫ ବର୍ଷର ପ୍ରେମ ପରେ ୭ ବର୍ଷ ଧରି ଘର ସଂସାର କରିସାରିବା ପରେ ମହିଳା ଜଣକ କୁଆଡେ ଚାଲିଗଲେ ତାକୁ ନେଇ ଚାଲିଛି ଚର୍ଚ୍ଚା।
ତାଙ୍କ ସ୍ଵାମୀଙ୍କ କହିବା ଅନୁଯାୟୀ ତାଙ୍କ ସ୍ତ୍ରୀ ଏପ୍ରିଲ ୧୬ ତାରିଖରୁ କୁଆଡେ ଘର ଛାଡ଼ି ଚାଲି ଯାଇଛନ୍ତି। ପାରିବାରିକ କଳହ ଲାଗିବା କାରଣରୁ ତାଙ୍କ ସ୍ତ୍ରୀ ସୁମିତ୍ରା ସାହୁ ଘର ଛାଡ଼ି ଚାଲି ଯାଇଛନ୍ତି ବୋଲି ତାଙ୍କ ସ୍ଵାମୀ କହିଛନ୍ତି। ତେବେ ସୁମିତ୍ରା ଛାଡି ଯାଇଥିବା ୫ ବର୍ଷର ଶିଶୁ ପୁତ୍ର ଏବେ ଝୁରି ହେଉଛି ତା ମାକୁ। ଖାଇବା ପିଇବା ଛାଡି ଦେଲେଣି କହୁଛି ମା ଆସିଲେ ତାଙ୍କୁ ଖାଇବାକୁ ଦେବେ।
ତେବେ ପାରିବାରିକ କଳହ ଲାଗି ମୋ ସ୍ତ୍ରୀ ଘର ଛାଡ଼ି ଚାଲି ଯାଇଛନ୍ତି ଏ ନେଇ ସୁକିନ୍ଦା ଥାନାରେ ଅଭିଯୋଗ କରିଛନ୍ତି ନିଜେ ସ୍ବାମୀ। ଏବଂ ସ୍ବାମୀ ତାଙ୍କ ସ୍ତ୍ରୀକୁ ଘରକୁ ଫେରାଇ ଆଣିବା ପାଇଁ ମଧ୍ୟ କହୁଛନ୍ତି।୫ ବର୍ଷର ଶିଶୁ ପୁତ୍ର ମଧ୍ୟ ମାର ଆସିବା ବାଟକୁ ଚାତକ ପରି ଚାହିଁ ରହିଛି କେତେବେଳେ ତା ବୁ ଆସିବ ଆଉ ତାକୁ କୋଳେଇ ନେଇ ଗେହ୍ଲା କରିବ, ପାଠ ପଢାଇବ, ଖାଇବାକୁ ଦେବେ ପାଖରେ ଶୋଇବ।
ଏପରି ଅଭାବନୀୟ ଘଟଣା ଦେଖିବାକୁ ମିଳୁଛି ଯାଜପୁର ଜିଲ୍ଲାର ସୁକିନ୍ଦା ଥାନା ଅର୍ନ୍ତଗତ ଅତା ଗ୍ରାମରେ। ଅତା ଗ୍ରାମର ଚନ୍ଦନ ଦଳାଇଙ୍କ ସ୍ତ୍ରୀ ସୁମିତ୍ରା ସାହୁ ୫ ବର୍ଷର ପୁଅକୁ ଛାଡ଼ି କୁଆଡେ ଫେରାର ହୋଇ ଯାଇଛନ୍ତି। ତେବେ ୫ ବର୍ଷର ପ୍ରେମ ପରେ ୭ ବର୍ଷର ଘର ସଂସାର କରି ସାରିବା ପରେ ଏମିତି କଣ ହେଲା ଯେଉଁଥି ପାଇଁ ପାରିବାରିକ କଳହ ଲାଗିଥିଲା ଆଉ କଥା ଏତେ ଆଗକୁ ଯାଇଥିଲା ଯେ ସୁମିତ୍ରା ୫ ବର୍ଷର ଶିଶୁକୁ ଛାଡି ଘାର ଛାଡ଼ିବା ପାଇଁ ନିଷ୍ପତ୍ତି ନେଲେ ତାକୁ ନେଇ ଚାଲିଛି ତନାଘନା।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।