viral video – ତୋତେ ଭଲପାଇଲି ବୋଲି ତୋ ଘରଲୋକ ମତେ ମାରିଦେଲେ, ଦେଖନ୍ତୁ ଏହି ହୃଦୟ ବିଦାରକ ଭିଡ଼ିଓ..

ପ୍ରେମ ଶାଶ୍ୱତ ପ୍ରେମ ଚିରନ୍ତନ, ପ୍ରେମ ଏକ ପବିତ୍ର ଭାବନାକୁ ବୁଝାଇଥାଏ।ପ୍ରେମ ପରିବ୍ୟାପ୍ତ ସାଗରର ସୀମାହୀନ ଢ଼େଉ। ସାତ ଦରିଆଠାରୁ ବି ବଡ଼ ହୃଦୟର ଦରିଆ । ସେଥିପାଇଁ ତ ପ୍ରେମ ଆଉ ହୃଦୟର ସମ୍ପର୍କ ବହୁ ନିବିଡ଼ । ପ୍ରେମିକା ହେଉ ବା ପ୍ରେମିକ, ସେମାନଙ୍କ ରାଗ ରୁଷା ଅଭିମାନ ସବୁକୁ ଜାବୁଡ଼ି ଧରେ ହୃଦୟ ।

ନିଜ ପ୍ରେମକୁ ପାଇବା ପାଇଁ ପ୍ରେମିକ ପ୍ରେମିକା ସ୍ଵପ୍ନ ଦେଖିଥାନ୍ତି। କିନ୍ତୁ ଏହି ପ୍ରେମ ପାଇଁ ମନରେ କେତେ ଆଶା ରଚାଇଥିବା ବେଳେ ଆଉ କେତେବେଳେ ଛାଇଯାଏ କଳା ଅନ୍ଧାର। ବଳି ପଡ଼ିଯାଏ ଗୋଟେ ନିରୀହ ଜୀବନ। ଠିକ୍ ସେହିଭଳି ଏକ ହୃଦୟ ବିଦାରକ ଘଟଣା ପୁଣିଥରେ ଦେଖିବାକୁ ମିଳିଛି। ପ୍ରେମ ପାଇଁ ବଳି ପଡି ଯାଇଛି ପୁଣି ଗୋଟିଏ ନିରୀହ ଜୀବନ।

ଏଭଳି କିଛି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମରେ।୧୭ ତାରିଖ ଦିନ ଗ୍ରାମର କ୍ଷେତ୍ରବାସୀ ସାହୁଙ୍କ ୧୮ ବର୍ଷୀୟ ପୁଅ ଯୋଗେଶ୍ୱର ସାହୁଙ୍କ ମୃତଦେହ ବଇରୀ ଟ୍ରେନ୍ ଲାଇନ ନିକଟରୁ ଖଣ୍ଡ ବିଖଣ୍ଡିତ୍ ହୋଇ ପଡ଼ିଥିବାର ଦେଖି ଉଦ୍ଧାର କରା ଯାଇଥିଲା।

ଖବର ପାଇବା ପରେ ପରିବାର ଲୋକେ ମୃତଙ୍କ ଗ୍ରାମକୁ ଆଣି ଶବ ସତ୍କାର କରିଥିଲେ।କିନ୍ତୁ ୧୯ ତାରିଖରେ ହଠାତ୍ ମୃତକଙ୍କ ମା ଲକ୍ଷ୍ମୀପ୍ରିୟା ସାହୁ ଆସି ଥାନାରେ ପହଁଚି ଥିଲେ ଓ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ। ଆଉ ମୃତକଙ୍କ ମା ଲକ୍ଷ୍ମୀପ୍ରିୟାଙ୍କ ଅଭିଯୋଗ ଅନୁସାରେ ତାଙ୍କ ପୁଅଙ୍କ ପ୍ରେମ ପାଇଁ ହତ୍ୟା କରାଯାଇଛି।


ମୃତ ଯୋଗେଶ୍ୱର ସେହି ଗ୍ରାମର ଖଗେଶ୍ବର ବେହେରାଙ୍କ ଝିଅଙ୍କୁ ଦୀର୍ଘଦିନ ଧରି ଭଲ ପାଇ ଆସୁଥିଲେ। ଦୁହିଁଙ୍କ ଭଲ ପାଇବା ଖୁବ୍ ଭଲରେ ଚାଲିଥିଲା। ଦୁହେଁ ପ୍ରେମରେ ପାଗଳ ହୋଇ ସମାଜର କଟୁ କଥାକୁ ଖାତିର ନ କରି ପ୍ରେମ ପକ୍ଷୀ ସାଜି ଉଡ଼ି ବୁଲୁଥିଲେ।

ଯେଉଁଥି ପାଇଁ ଉଭୟ ପରିବାର ଲୋକଙ୍କ ଭିତରେ ଲାଗି ରହିଥିଲା ତିକ୍ତତା। ଏହାପରେ ଝିଅର ବାପା ଓ ଭାଇ କ୍ଷେତ୍ରବାସୀ ଙ୍କ ଘରକୁ ଆସି ଏ ପ୍ରେମ ଜନିତ ଘଟଣାକୁ ସମାଧାନ କରିବା ପାଇଁ ଗତ ୧୬ ତାରିଖ ଦିନ ଯୋଗେଶ୍ୱରଙ୍କୁ ଡ଼ାକି ନେଇଥିଲେ। ଆଉ ତା ପରଦିନ ଅର୍ଥାତ୍ ୧୭ ତାରିଖ ଦିନ ଯୋଗେଶ୍ୱରଙ୍କ ମୃତ ଦେହ ବଇରୀ ରେଳ ଷ୍ଟେସନରୁ ମିଳିଥିଲା। ଯାହା ଘଟଣାକୁ ଅଧିକ ସନ୍ଦେହ ଘେର ଭିତରକୁ ଟାଣି ଆଣିଥିଲା।

ଏ ବାବଦରେ ମାହାଙ୍ଗା ଥାନା ଅଧିକାରୀଙ୍କ କହିବା ଅନୁଯାୟୀ ତଦନ୍ତ ଆରମ୍ଭ କରାଯାଇଛି। ଏଥିରେ ଯିଏ ଦୋଷୀ ପ୍ରମାଣିତ ହେବ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ପୁଅର ମୃତ୍ୟୁ ପଛର ଦୋଷୀକୁ ଉଚିତ୍ ଦଣ୍ଡ ଦିଆଯାଉ ବୋଲି ଦାବୀ କରିଛନ୍ତି ପରିବାର ଲୋକେ। ତେବେ ଦେଖିବାକୁ ବାକି ରହିଲା ପୋଲିସ ଏ ଘଟଣାର ସତ ପାଖରେ କେବେ ପହଁଚୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।