ହିନ୍ଦୁ ଧର୍ମ ଅନୁସାରେ ଗାଈକୁ ମାଆ ବୋଲି ବିବେଚନା କରାଯାଏ, ପରମ୍ପରାକ୍ରମେ ଏହା ଯୁଗେ ଯୁଗେ ରହିଛି। ଭଗବାନ ଶ୍ରୀ କୃଷ୍ଣ ମଧ୍ୟ କହିଛନ୍ତି ଯେ ଗାଈ ହେଉଛି ସାରା ଜଗତର ମାଆ । ଯେଉଁ ଘରେ ଗାଈ ରହିଥାଏ ସେହି ଘରେ ବାସ୍ତୁ ଦୋଷ ଖଣ୍ଡନ ହୋଇଥାଏ। ଗାଈ ଏକ ଉପକାରୀ ଜୀବ ଯାହାର ଉପକାର ମଣିଷ ପାଇଁ ବହୁ ଲାଭଦାୟକ ଅଟେ। ଗାଈ ର ମଳ ମୂତ୍ର ବହୁତ ପବିତ୍ର ହୋଇଥାଏ ଯାହା ଫଳରେ ଗାଈର ମଳ ମୂତ୍ର ସମସ୍ତ ପୂଜା ପଦ୍ଧତି ରେ ଲାଗିଥାଏ।
ଧାର୍ମିକ ଗ୍ରନ୍ଥ ଅନୁସାରେ ଗାଈ ଶରୀରରେ ସମସ୍ତ ଦେବାଦେବୀ ବାସ କରନ୍ତି।ଗାଈକୁ ପୂଜା କରିବା ଦ୍ୱାରା ସମସ୍ତ ଦେବାଦେବୀ ପୂଜା ପାଇଥାନ୍ତି। ଗାଈ ସେବା କରିବା ଦ୍ୱାରା ପରିବାରର ସର୍ବରିଷ୍ଟ ଖଣ୍ଡନ ହୋଇଥାଏ।ଗାଈ ଉପରେ ସବୁ ଗ୍ରହ ନକ୍ଷତ୍ରର ପ୍ରଭାବ ପଡିଥାଏ ଗାଈ ର ପିଠି ହାଡ଼ରେ ସୂର୍ଯ୍ୟକେତୁ ନାଡ଼ି ଥାଏ ଯାହା ସୂର୍ଯ୍ୟ କିରଣରୁ ଗାଈର ରକ୍ତରେ ସ୍ୱର୍ଣ୍ଣକ୍ଷାର ତିଆରି କରିଥାଏ ସେଥିପାଇଁ ଗାଈର କ୍ଷୀର ଈଷତ୍ ହଳଦିଆ ହୋଇଥାଏ।
ତେବେ ଜଣେ ବ୍ୟକ୍ତି ଗୋମାତାଙ୍କୁ ପୂଜା କରିବା ଦ୍ୱାରା କଣ ସବୁ ସୁଫଳ ମିଳିଥାଏ , ଗାଈର କେଉଁ ଅଙ୍ଗ ଛୁଇଁବା ଦ୍ୱାରା ଅତନ୍ତ୍ୟ ଶୁଭ ହୋଇଥାଏ ,କିପରି ବାସ୍ତୁ ଦୋଷ ଖଣ୍ଡନ ହୋଇଥାଏ ବାସ୍ତୁ ଦୋଷ ଖଣ୍ଡନ କରିବା ପାଇଁ କେଉଁ ଉପାୟ ଅବଲମ୍ବନ କରାଯାଏ ସେ ବିଷୟରେ ଜାଣିବା।
ଯିଏକି ଗାଈକୁ ପାଳନ କରିଥାଏ ତାକୁ ମାଆ ଭାବ ସେବା ଯତ୍ନ କରିଥାଏ ତା ଉପରକୁ ଆସୁଥିବା ବିପଦକୁ ଗୋମାତା ହରଣ କରିନେଇଥାନ୍ତି ।ଗୋମାତା କାମଧେନୁ ଅଟନ୍ତି ସମସ୍ତଙ୍କ କଷ୍ଟ ନାଶ କରିଥାନ୍ତି । ଗାଈକୁ ଦାନ କରିବା ଶାସ୍ତ୍ର ଅନୁଯାୟୀ ବହୁତ୍ ଶୁଭ ହୋଇଥାଏ ଯଦି କେବେ ଗାଈ ଦାନ କରିବା ପାଇଁ ଚାହୁଁଛନ୍ତି ତେବେ କଳା ରଙ୍ଗର ଗାଈ ଦାନ କରିବା ଆବଶ୍ୟକ ଏହା ଦ୍ୱାରା ନବଗ୍ରହ ଶାନ୍ତ ହୋଇଥାନ୍ତି ।
ଯଦି କୈାଣସି କାମ ବନ୍ଦ ବହୁତ ଦିନ ଧରି ବନ୍ଦହୋଇ ରହିଛି ଯେତେବି ପରିଶ୍ରମ କଲେ ସଫଳତା ମିଳୁନାହିଁ ତେବେ ବ୍ୟକ୍ତି ଗୋମାତାଙ୍କୁ କିଛି ରୁଟି ଖାଇବାକୁ ଦେବା ଉଚିତ୍ ଏବଂ ତାଙ୍କ କାନ ପାଖକୁ ଯାଇ ନିଜର ମନସ୍କାମନା କହିବା ଉଚିତ । ଗାଈକୁ ସବୁଦିନ ପୂଜା କରିବା ଦ୍ୱାରା ମାଆ ଲକ୍ଷ୍ମୀଙ୍କ ଅଶେଷ କରୁଣା ମିଳିଥାଏ ।
ଯେଁଉ ମାଟିରେ ଗାଈ ବସକରେ ସେହିଠାରେ କିଛି ନକରାତ୍ମକ ଶକ୍ତିର କୋୖଣସି ପ୍ରଭାବ ପଡିନଥାଏ ।ଘର ତିଆରି କରିବା ପୂର୍ବରୁ ଯଦି ସେହି ଜାଗାରେ ପ୍ରଥମେ ଗାଈକୁ ବନ୍ଧା ଯାଏ ତେବେ ସେହି ଘରର ବାସ୍ତୁ ଦୋଷ ଲାଗିନଥାଏ। ଗୋମାତାଙ୍କ ପଞ୍ଚଗବ୍ୟ ସେବନ କରିବା ଦ୍ୱାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢିଥାଏ ଯାହା ଶରୀରକୁ ସୁରକ୍ଷା ଦେଇଥାଏ ଗୋମାତାଙ୍କୁ ହୃଦୟର ସହ ପୂଜା ଏବଂ ସେବା କରିବା ଦ୍ୱାରା ପରିବାରରେ ସୁଖ,ଶାନ୍ତି,ଧନଧାନ୍ୟ, ଐଶ୍ୱର୍ଯ୍ୟରେ ପରିପୂର୍ଣ୍ଣ ହୋଇଯାଏ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।