health tips-ବିନା ଔଷଧରେ ହାଇ ବ୍ଲଡ଼ପ୍ରେସର ସବୁଦିନ ପାଇଁ କଣ୍ଟ୍ରୋଲ ହେବ | Home Remedies

ଆମର ଦେହ ଓ ମନ ସୁସ୍ଥ ରହିଲେ ଆମେ ସବୁ କିଛି କାର୍ଯ୍ୟ ଭଲ ଭାବରେ କରି ପାରି ଥାଉ । କିନ୍ତୁ ଯଦି ଆମର ଶରୀର ଖରାପ ହୋଇଯାଏ ତାହାଲେ ଆମେ କୌଣସି ବି କାର୍ଯ୍ୟ ଠିକ ଭାବରେ କରି ପାରୁ ନଥାଉ। ଆଜି କାଲି ସଷ୍ଟାଙ୍କ ର ଜୀବନ ଶୈଳୀ ଭିନ୍ନ ଭିନ୍ନ ଅଟେ।

ଯୋଉଥି ପାଇଁ ସେମାନଙ୍କ ର ଖାଇବା ପିଇବା ଠିକ ସମୟରେ ହୋଇ ପାରି ନଥାଏ। ଏହା ଫଳରେ ସେମାନଙ୍କ ର ଷ୍ଟ୍ରେସ ବଢିଥାଏ ଓ ଏହାର ଖରାପ ପ୍ରଭାବ ଶରୀର ଉପରେ ପଡିଥାଏ। ଯୋଉଥି ପାଇଁ ବହୁତ ଅଳ୍ପ ବୟସ ରୁ ହିଁ ଆମ ଶରୀର ଅସୁସ୍ଥ ହେବାରେ ଲାଗି ଥାଏ। ଏହି ସବୁ ସମସ୍ୟା ପାଇଁ ହାଇ ବ୍ଲଡ଼ପ୍ରେସର ବା ଉଚ୍ଚ ରକ୍ତ ଚାପ ଭଳି ସମସ୍ୟା ଆଜି କାଲି ସମସ୍ତଙ୍କ ପାଖରେ ଦେଖିବାକୁ ମିଳୁଛି।

ତେବେ ଏହି ରକ୍ତ ଚାପ ହେବାର କାରଣ ଅନେକ ଅଛି। ଯେମିତି କି ଅଧିକ ଷ୍ଟ୍ରେସ ନେବା କିମ୍ବା ଏହା ଜେନେଟିକ ମଧ୍ୟ ହୋଇ ପାରେ। କିନ୍ତୁ ଏପରି ଦୁଇଟି କାରଣ ରହିଛି ଯାହା କି ରକ୍ତ ଚାପ ପାଇଁ ମୁଖ୍ୟତଃ ଦାୟୀ ଅଟେ। ଗୋଟିଏ ହେଉଛି ସୋଡିୟମ ବା ଲୁଣ ର ପରିମାଣ ବଢିଯିବା ଓ ଅନ୍ୟଟି ହେଉଛି କୋଲ ଷ୍ଟ୍ରୋଲ ବଢିଯିବା।

କୋଲ ଷ୍ଟ୍ରୋଲ ବଢିଲେ ଶରୀର ର ରକ୍ତ ଧମନୀ ଗୁଡିକ ବନ୍ଦ ହେବାରେ ଲାଗେ ଓ ଏହା ପାଇଁ ଉଚ୍ଚ ରକ୍ତ ଚାପ ସମସ୍ୟା ଆରମ୍ଭ ହୋଇ ଥାଏ। ତେବେ ଏହି ରକ୍ତ ଚାପ ସମସ୍ୟା କୁ କିପରି ନିୟନ୍ତ୍ରଣ କରିବେ। ନୂଆ କରି ରକ୍ତ ଚାପ ଦେଖା ଯାଉଥିଲେ ଆପଣ କିପରି ଏହାର ପ୍ରତିକାର କରିବେ ଏଥି ପାଇଁ ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ନୂଆ ଉପାୟ।

ଆବଶ୍ୟକ ସାମଗ୍ରୀ- ଅଳସୀ, ପାଣି, ମହୁ

ତେବେ ଏହା କୁ ପ୍ରସ୍ତୁତ କରିବା ପାଇଁ ଏହାର ମୁଖ୍ୟ ଉପାଦାନ ଅଳସୀ ଆବଶ୍ୟକ। ଏହି ଅଳସୀ ରେ ଅମେଗା 3 ଫାଟି ଏସିଡ ରହିଛି ଯାହାକି ଆପଣଙ୍କ ର କୋଳ ଷ୍ଟ୍ରୋଲ କୁ କମେଇବା ରେ ସାହାଯ୍ୟ କରି ଥାଏ। ଏହା ସହ ଏଥିରେ ପୋଟାସୀୟମ ରହିଥାଏ ଯାହାକି ଆମ ଶରୀର ରେ ସୋଡିୟମ କୁ କମେଇବା ରେ ବହୁତ ସାହାଯ୍ୟ କରି ଥାଏ।

ତେବେ ଆପଣ ପ୍ରଥମେ ଦେଢ଼ କପ ପାଣି ନେଇ ଏକ ପେନ ରେ ରଖନ୍ତୁ ଓ ସେଥିରେ ଏକ ଚାମଚ ଅଳସୀ ପକାନ୍ତୁ। ତା ପରେ ଏକାକୁ ଏକ କପ ହେବା ଯାଏ ଭଲ ଭାବରେ ଫୁଟାନ୍ତୁ। ଏହା ପରେ ସେହି ପାଣି କୁ ଆପଣ ଭଲ ଭାବରେ ଛାଣି ସେଥିରେ ଏକ ଚାମଚ ମହୁ ମିଶାନ୍ତୁ। ତାପରେ ଏହାକୁ ଆପଣ ଦିନକୁ 2 ଥର ଲେଖା ଲଗାତାର 2 ମାସ ପର୍ଯ୍ୟନ୍ତ ପିଅନ୍ତୁ। ଦେଖିବେ ଆପଣଙ୍କ ର ରକ୍ତ ଚାପ ସମସ୍ୟା ଦୂର ହୋଇଯିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।