shocking video – ପାଣି ଭିତରେ ସାପ-କୁକୁର ଭୟଙ୍କର ଲଢେଇ | ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ….

ସୋସିଆଲ ମିଡିଆରେ ଅନେକ ଇଣ୍ଟ୍ରେଷ୍ଟିଂ ଭିଡିଓ ଦେଖିବାକୁ ମିଳେ। ଏହି ସବୁ ଭିଡିଓ ବେଶ୍‌ ଆଶ୍ଚର୍ଯ୍ୟ କର। କିଛି ଭିଡିଓ ରହିଛି ଯାହା ଖୁବ୍‌ ମଜାଦାର। ଯାହାକୁ ଦେଖିବାକୁ ଲୋକେ ପସନ୍ଦ କରନ୍ତି। ତେବେ ସୋସିଆଲ ମିଡିଆରେ ପଶୁ ପକ୍ଷୀ ମାନଙ୍କ ଭିଡିଓ ବହୁତ୍ ଭାଇରାଲ ହୋଇଥାଏ। ଦର୍ଶକ ମାନେ ପଶୁ ପକ୍ଷୀ ମାନଙ୍କ ଭିଡିଓ ଦେଖିବାକୁ ଖୁବ୍ ପସନ୍ଦ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ଏମିତି ଭିଡିଓ ଦେଖାଇବୁ ଯାହା ଆପଣଙ୍କୁ ଖୁବ୍ ପସନ୍ଦ ଆସିବ

ତେବେ କୁହା ଯାଇଥାଏ କି କୁକୁର ହେଉଛି ସବୁଠାରୁ ବିଶ୍ଵସ୍ତ ପ୍ରାଣୀ। ଏ ଭିଡିଓ ହେଉଛି ଏହାର ଜ୍ୱଳନ୍ତ ଉଦାହରଣ। ଭିଡିଓରେ ଦେଖିବାକୁ ମିଳିଛି ପାଣି ଭିତରେ କକୁର ଓ ସାପ ମଧ୍ୟରେ ଲଢେଇ। ଏହି ଭିଡିଓରେ ଗୋଟେ ବିଶାଳକାୟ ସାପକୁ ଦୁଇଟି କୁକୁର ପୋଖରୀ ଭିତରେ କିପରି ଭାବେ ଆକ୍ରମଣ କରୁଛନ୍ତି ତାହା ଆପଣ ମାନେ ଦେଖିବାକୁ ପାଇବେ।

ତେବେ ସାପ ହେଉଛି ଏମିତି ଏକ ବିଷଧର ପ୍ରାଣୀ ଯାହାର ବିଷ ମଣିଷ ଓ ପଶୁ ପକ୍ଷୀ ମାନଙ୍କ ପାଇଁ ଖୁବ୍ ଘାତକ ହୋଇଥାଏ।ସାପଟି ପାଣି ଭିତରେ ପହଁରି ପହଁରି ଚାଲି ଯିବାକୁ ଚାହୁଁଥିବା ବେଳେ ତାର ରାସ୍ତା ରୋକିଛନ୍ତି ଦୁଇଟି କୁକୁର । କାରଣ ଏହି କୁକୁର ଦୁଇଟି ଜାଣିଛନ୍ତି ସାପ ମଣିଷଙ୍କ ପାଇଁ କେତେ ବଡ ବିପଦ ସୃଷ୍ଟି କରିପାରେ । ତେଣୁ କୁକୁର ଦୁଇଟି ସପାକୁ ଆକ୍ରମଣ କରିବାରେ ଲାଗି ପଡ଼ିଛନ୍ତି।


ସବୁଠାରୁ ବଡ କଥା ହେଉଛି କୁକୁରର ପାଣି ଭିତରେ ଚଳ ପ୍ରଚଳ ହେବା ସହଜ କଥା ନୁହେଁ ।କିନ୍ତୁ ଏଠାରେ କୁକୁର ଦୁଇଟି ପାଣି ଭିତରେ ଏତେ ସମୟ ଧରି ପହଁରି ଯେପରି ଭାବେ ସାପର ପିଛା କରୁଛନ୍ତି ତାହା ବାସ୍ତବରେ ପ୍ରଶଂସା ଯୋଗ୍ୟ ଅଟେ। ଦେଖନ୍ତୁ ଏହି ଭିଡିଓଟି କିପରି ଭିଡିଓ ରେ ସାପଟି କୁକୁର ମାନଙ୍କ ଆକ୍ରମଣରେ ପୋଖରୀର ଆର ପାରିକୁ ପଳାଯନ କରୁଛି।ତଥାପି କୁକୁର ମାନେ ସାପ ପଛରେ ଲାଗି ପଡି ଆକ୍ରମଣ କରିବାରେ ଲାଗିଛନ୍ତି ।

ବେଳେବେଳେ ସାପଟି ବୁଲି ପଡି କୁକୁରଙ୍କୁ ଆକ୍ରମଣ କରୁଛି ଯାହା ହେଲେ ସାପର ଆକ୍ରମଣ ରୁ ନିଜକୁ କୌଶଳ କ୍ରମେ ରକ୍ଷା କରି ପୁଣି ଥରେ ସାପକୁ ପ୍ରତି ଆକ୍ରମଣ କରୁଛନ୍ତି ଦୁଇଟି କୁକୁର । ଯେତେବେଳେ ସାପଟି କୁଳକୁ ଉଠିଯାଇ ଯାଉଛି ସେହି ସମୟରେ ଘେରି ରହିଛନ୍ତି ଦୁଇଟି କୁକୁର ଓ ତାକୁ ଆକ୍ରମଣ କରୁଛନ୍ତି ।

ସାପକୁ ପାଣି ଉପରକୁ ଉଠିବାକୁ ଦେଉ ନାହାନ୍ତି ଦୁଇଟି କୁକୁର । ସାପଟି ପୁଣି ଥରେ ପାଣିରେ ପହଁରିବାରେ ଲାଗିଛି । ବାରମ୍ବାର ଦୁଇଟି କୁକୁର ସାପକୁ ଆକ୍ରମଣ କରୁଛନ୍ତି ଯାହା ପାଇଁ ସେ ଉପରକୁ ଉଠି ପାରୁ ନାହି। ଏ ଭିଡିଓର ଶେଷରେ ଦେଖିବାକୁ ମିଳିଛି ଆଉଗୋଟେ କୁକୁର ଆସି ସେହି ପୋଖରୀ ତୁଠରେ ପହଁଚିଛି। ତେବେ ଏହି କଥାରୁ ସ୍ପଷ୍ଟ ବାରି ହୋଇ ପଡ଼ୁଛି ଯେ ମଣିଷ ପାଇଁ କୁକୁର ଠାରୁ ବିଶ୍ଵସ୍ତ ଆଉ କେହି ହୋଇ ନପାରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।