new viral comedy – ଅଦୃଶ୍ୟ ଗଣେଶ ପୂଜା। mr gulua ଜବରଦସ୍ତ କମେଡି ଦେଖିଲେ ହସି ହସି ଗଡିବେ | ମାତ୍ର ୪ ଘଣ୍ଟାରେ 5 milion ରୁ ଅଧିକ ଲୋକ ଦେଖି ସାରିଲେଣି,ଦେଖନ୍ତୁ ଭିଡ଼ିଓ….
ଆମ ଓଡ଼ିଶାରେ ଏଭଳି ଅନେକ କଳାକାର ଅଛନ୍ତି ଯେଉଁମାନେ ନିଜର ପରିଶ୍ରମ ଓ ଦକ୍ଷତା ବଳରେ ଅନେକ ଲୋକପ୍ରିୟତା ହାସଲ କରିପାରିଛନ୍ତି। ଓଡ଼ିଶାର ସେହିଭଳି ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା ହେଉଛନ୍ତି ମିଷ୍ଟର ଗୁଲୁଆ। ଗୁଲୁଆ ଙ୍କୁ ତ ଆପଣ ମାନେ ନିଶ୍ଚୟ ଭାବରେ ଜାଣିଥିବେ। ବର୍ତ୍ତମାନ ସମୟରେ ଓଡ଼ିଶାର ସେ ଜଣେ ଅତି ପରିଚିତ ଚେହେରା।
ନିଜର ଜବରଦସ୍ତ ଅଭିନୟ ଓ କମେଡି ଦ୍ଵାରା ଗୁଲୁଆ ଲୋକ ମାନଙ୍କୁ ହସାଇ ହସାଇ ବେଦମ୍ କରିଦିଅନ୍ତି। ଗୁଲୁଆ ଙ୍କର ଏକ ୟୁ ଟ୍ୟୁବ୍ ଚ୍ୟାନେଲ ରହିଛି ଯାହାର ନାଆଁ ହେଉଛି ମିଷ୍ଟର ଗୁଲୁଆ କମେଡି। ଏହି ଚ୍ୟାନେଲ୍ ରେ ଗୁଲୁଆ ଅନେକ ମଜାଳିଆ ଭିଡିଓ କରି ପୋଷ୍ଟ କରିଥାନ୍ତି। ଯାହାକୁ ଛୋଟ ପିଲା ମାନଙ୍କ ଠାରୁ ଆରମ୍ଭ କରି ବଡ଼ ପର୍ଯ୍ୟନ୍ତ ସମସ୍ତେ ଖୁବ୍ ଭଲ ପାଇବା ଦିଅନ୍ତି।
ବର୍ତ୍ତମାନ ଏହି ୟୁଟ୍ୟୁବ ଚ୍ୟାନେଲକୁ ୧ ମିଲିୟନରୁ ଅଧିକ ଲୋକ ସସ୍କ୍ରାଇବ କରିଛନ୍ତି। ଏହି ୟୁ ଟ୍ୟୁବ୍ ଜରିଆରେ ହିଁ ଗୁଲୁଆ ଲୋକ ମାନଙ୍କ ମଧ୍ୟରେ ନିଜର ଏକ ନିଆରା ପରିଚୟ ସୃଷ୍ଟି କରିପାରିଛନ୍ତି। ଏତଦ୍ ବ୍ୟତୀତ ଗୁଲୁଆ ଅନେକ ଓଡ଼ିଆ ଚଳଚ୍ଚିତ୍ର ରେ ମଧ୍ୟ କାମ କରିସାରିଛନ୍ତି।
ତେବେ ନିକଟରେ ଭୁବନେଶ୍ୱରର ପ୍ରତିଷ୍ଠିତ ଅକ୍ସଫୋର୍ଡ ଇନଷ୍ଟିଚ୍ୟୁସନ ରେ ଗୁଲୁଆ ଏକ କାର୍ଯ୍ୟକ୍ରମ କରିବାକୁ ପହଞ୍ଚିଥିଲେ। ଏହି ସମୟରେ ସେ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ଵାରା ପଚରା ଯାଇଥିବା କିଛି ପ୍ରଶ୍ନର ଉତ୍ତର ଦେଇଥିଲେ। ଏହା ସହିତ ନିଜ ଜୀବନର କିଛି ଅକୁହା କଥା ମଧ୍ୟ କ୍ୟାମେରା ଆଗରେ କହିଥିଲେ। ଗୋଟିଏ ଗରିବ ପରିବାରରେ ଜନ୍ମିତ ଗୁଲୁଆ କିଭଳି ସଂଘର୍ଷ ପରେ ଆଜି ଏ ସ୍ଥାନରେ ପହଞ୍ଚି ପାରିଛନ୍ତି ସେ ବିଷୟରେ କହିଥିଲେ।
ନିଜର ପୁରୁଣା ଦିନକୁ ମନେ ପକାଇ ଗୁଲୁଆ କହିଥିଲେ, “ଛୋଟ ବେଳୁ ପାଠ ରେ ମୁଁ ଏତେ ଭଲ ନଥିଲେ। ଇଂଜିନିୟରିଂ ପଢ଼ିବା ସମୟରେ ଅନେକ ଥର ବ୍ୟାକ୍ ଲାଗିଛି। ଚାକିରି ମଧ୍ୟ ଭଲ ମିଳିନଥିଲା।ହେଲେ ଲୋକଙ୍କୁ ହସାଇବାକୁ ମତେ ଭଲ ଲାଗେ।
ସେହି ସମୟରେ ୟୁଟ୍ୟୁବ ବିଷୟରେ ମୁଁ ଜାଣିଲି। ଧୀରେ ଧିରେ ମୁଁ ସେଥିରେ ଭିଡିଓ କରି ପୋଷ୍ଟ କରିଥିଲି। ସମୟ ସହିତ ସେହି ଭିଡିଓ ସବୁ ଲୋକଙ୍କୁ ପସନ୍ଦ ଆସିଥିଲା। ଆଉ ଏବେ ଦର୍ଶକ ମାନଙ୍କ ଯୋଗୁ ହିଁ ମୁଁ ଏ ଜାଗାରେ ପହଞ୍ଚି ପାରିଛି”।
ୟୁଟ୍ୟୁବ୍ ଭିଡିଓରେ ଲୋକଙ୍କ ଭଲ ପାଇବା ପାଇବା ସହିତ କିଛି ଲୋକଙ୍କ ଗାଳି ବି ଶୁଣିବାକୁ ପଡେ ବୋଲି ଗୁଲୁଆ କହିଥିଲେ। ତେବେ ସବୁ ପରେ ବି ସେ ଲୋକଙ୍କୁ ହସେଇ ଚାଲିଛନ୍ତି। ଆଗକୁ ବି ଲୋକଙ୍କୁ ଏମିତି ହସାଉଥିବେ ବୋଲି କହିଛନ୍ତି ଗୁଲୁଆ। ଗୁଲୁଆ ଏମିତି ବହୁତ କମେଡି କରିଥାନ୍ତି । ଗଣେଶ ପୂଜା କୁ ନେଇକି ମଧ୍ୟ କମେଡି କରିଛନ୍ତି ପୂଜା ଚନ୍ଧା କୁ ନେଇ ଗୁଲୁଆ ବହୁତ ଭଲ ରେ କମେଡି କରିଛନ୍ତି ଓ ଓଡ଼ିଶା ବାସୀଙ୍କ ଭଲ ପାଇବା ପାଇଥାନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।