breacking news-ଫ୍ୟାନ ରେ ଝୁଲିପଡିଲେ ଓଡ଼ିଆ ଅଭିନେତ୍ରୀ,ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ,,,ଦେଖନ୍ତୁ ଏହି viral ଭିଡ଼ିଓ ଟିକୁ ..
ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁକୁ ନେଇ ସସ୍ପେନ୍ସ।ଘର ଭିତରୁ ଝୁଲନ୍ତା ଅବସ୍ଥାରେ ଓଡ଼ିଆ ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତଦେହ ମିଳିଛି। ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ସନ୍ଦେହଜନକ ଅବସ୍ଥାରେ ରଶ୍ମିରେଖାଙ୍କ ମୃତଦେହ ମିଳିବା ପରେ ମୃତ୍ୟୁକୁ ନେଇ ସସ୍ପେନ୍ସ ଦେଖାଦେଇଛି। ଏହା ଆତ୍ମହତ୍ୟା ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି।
ଗତକାଲି ଭୁବନେଶ୍ୱର ନୟାପଲ୍ଲୀ ଗଡ଼ ସାହି ସ୍ଥିତ ଭଡ଼ା ଘରୁ ରଶ୍ମିରେଖାଙ୍କ ଝୁଲାନ୍ତ ମୃତ ଦେହ ଉଦ୍ଧାର କରା ଯାଇଛି। ଘର ମାଲିକଙ୍କ ଠାରୁ ସୂଚନା ପାଇ ପୋଲିସ ଭିତର ପଟୁ ବନ୍ଦ ଥିବା ରୁମ୍ ଖୋଲି ରଶ୍ମିରେଖାଙ୍କ ଝୁଲାନ୍ତ ମୃତ ଦେହ ଉଦ୍ଧାର କରିବା ସହ ଘର ଭିତରୁ ଏକ ସୁଇସାଇଡ ନୋଟ୍ ଜବତ କରିଛି। ଯେଉଁଥିରେ ସେ ତାଙ୍କ ମୃତ୍ୟୁ ପାଇଁ କାହାକୁ ବି ଦାୟୀ କରି ନାହାଁନ୍ତି ତାଙ୍କ ବୋଲି ପୋଲିସ୍ ସୂଚନା ଦେଇଛି।
ତେବେ ଗତକାଲି ପୋଷ୍ଟମୋଟମ ପରେ ପୋଲିସ ତାଙ୍କ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତରିତ କରିଥିଲେ। କିନ୍ତୁ କେଉଁ ପରିସ୍ଥତିରେ ରଶ୍ମିରେଖାଙ୍କ ମୃତ୍ୟୁ ହେଲା ତାହା ସ୍ପଷ୍ଟ ହୋଇ ନଥିଲେ ବି ସୁଇସାଇଡ ନୋଟ୍ କୁ ନେଇ ନାନା ପ୍ରକାର ଚର୍ଚ୍ଚା ଲାଗି ରହିଛି।
କାରଣ ପୋଲିସ୍ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଅଞ୍ଚଳର ରଶ୍ମିରେଖା ପ୍ରାୟ ଦେଢ଼ ମାସ ହେବ ନିଜ ପୁରୁଷ ବନ୍ଧୁ ସହ ଲିଭ୍-ଇନ୍ ରିଲେସନରେ ରହୁଥିଲେ। ମାତ୍ର କିଛି ଦିନ ତଳେ ପୁରୁଷ ବନ୍ଧୁ ଜଣକ ବାହାରେ ରହୁଥିବା ବେଳେ ଏଭଳି ଏକ ଘଟଣା ଘଟି ଯାଇଛି।
ତେବେ ପୋଲିସ୍ ସବୁ ଦିଗକୁ ଅନୁଧ୍ୟାନ କରି ବାହାରେ ରହୁଥିବା ପୁରୁଷ ବନ୍ଧୁଙ୍କୁ ପଚାର ଉଚରା କରିବ ବୋଲି ଜଣା ପଡିଛି। ତେବେ ଏ ନେଇ ମୃତ ରଶ୍ମିରେଖାଙ୍କ ପରିବାର ଲୋକଙ୍କ ତରଫରୁ କିଛି ପ୍ରତିକ୍ରିୟା ମିଳି ପାରିନାହିଁ।
ତେବେ ଏହି ଟେଲି ଅଭିନେତ୍ରୀ ଜଣକ କଣ ପାଇଁ ଏଭଳି ନିଷ୍ପତି ନେଲେ ତାକୁ ନେଇ ଚାଲିଛି ଖୋଳତାଡ଼। ଏ ହତ୍ୟା ନା ଆତ୍ମହତ୍ୟା ଯଦି ଆତ୍ମହତ୍ୟା ତେବେ କେଉଁ ପରିସ୍ଥିତିରେ ସେ ଆତ୍ମହତ୍ୟା କରିଛନ୍ତି ତାକୁ ନେଇ ଉଠୁଛି ନାନା ପ୍ରକାର ପ୍ରଶ୍ନ।ରଶ୍ମିରେଖା ଓଝା ଜଣେ ଟେଲି ଅଭିନେତ୍ରୀ ଥିଲେ।
ଓଡ଼ିଆ ଧାରାବାହିକରେ ମଧ୍ୟ ଏହି ଅଭିନେତ୍ରୀ ନଜର ଆସିଛନ୍ତି। ତେବେ ତାଙ୍କର ଏ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାଁନ୍ତି ପ୍ରଶଂସକ। ତେବେ ପ୍ରକୃତରେ କେଉଁ ଘଟଣା ପାଇଁ ଏହି ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ଆତ୍ମହତ୍ୟା କରିଛନ୍ତି କି ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆ ଯାଇଛି ତାହା କେବଳ ପୋଲିସଏ ତଦନ୍ତ ପରେ ଜଣା ପଡ଼ିବ ଯାହା ଉପରେ ସମସ୍ତଙ୍କ ନଜର ରହିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।